ବାଇବଲ ଏବଂ ଆଧୁନିକ ଭାରତର ନିମାଣ

ବାଇବଲ ଏବଂ ଆଧୁନିକ ଭାରତର ନିମାଣ

300.00 INR In stock Buy at Merchant

କିଛି ରାଜନେତାମାନେ “ଇଣ୍ଡିଆ”ର ନାମ ଏବଂ ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କାରଣ “ଇଣ୍ଡିଆ” ନାମଟି ଏବଂ ଏହାର ଧାରଣା ବାଇବଲରୁ ଆସିଥିବାରୁ ଏହି ସତ୍ୟତା ସେମାନଙ୍କୁ ଲଜ୍ଜାବୋଧ କରାଏ । ୧୪୯୨ ରେ କ୍ରିଷ୍ଟୋଫର୍ କଲମ୍ବସ୍ ନୌଯାତ୍ରା କରି “ଇଣ୍ଡିଆ” ପର୍ଯ୍ୟନ୍ତ ଜଳପଥ ଆବିଷ୍କାର କରିବାରେ ବିଫଳ ହୋଇଥିଲେ । ୧୪୯୮ ରେ ଭାସ୍କୋ ଡ଼ା ଗାମା କେରଳର କାଲିକଟ (କୋଝିକୋଡ଼) ରେ ପହଞ୍ଚି ଦେଖିଲେ ଯେ କୌଣସି ସ୍ଥାନୀୟ ଲୋକ ନିଜ ଦେଶକୁ ଇଣ୍ଡିଆ ବୋଲି କହୁ ନଥିଲେ । ୧୬୦୦ ଏବଂ ୧୬୦୨ ମସିହାରେ ବ୍ରିଟିଶମାନେ ଏବଂ ଡଚ୍‌ମାନେ ଇଣ୍ଡୋନେସିଆ (ଇଣ୍ଡିଆନ୍ ଏସିଆ) ସହିତ ବାଣିଜ୍ୟ କରିବା ନିମନ୍ତେ ସେମାନଙ୍କର ଇଷ୍ଟ ଇଣ୍ଡିଆ କମ୍ପାନୀଗୁଡ଼ିକ ସ୍ଥାପନ କରିଥିଲେ । ସେହି ସମୟରେ, ୟୁରୋପୀୟମାନେ ମଧ୍ୟ ମୋଗଲ ସାମ୍ରାଜ୍ୟକୁ “ଇଣ୍ଡିଆ” ବୋଲି ଭାବୁ ନଥିଲେ । ଏହି ପୁସ୍ତକଟି, ବାଇବଲ କିପରି ଆଧୁନିକ ଭାରତର ନିର୍ମାଣ କରିଥିଲା ତାହା ବର୍ଣ୍ଣନା କରୁଥିବା ଏକ ପୁସ୍ତକମାଳାର ପ୍ରଥମ ପୁସ୍ତକ ଅଟେ । ଏହି ସତ୍ୟଟି ହିନ୍ଦୁ ରାଜନେତାମାନଙ୍କ ସମେତ ଧର୍ମନିରପେକ୍ଷ ଇତିହାସକାରମାନଙ୍କ ନିମନ୍ତେ ମଧ୍ୟ ସମାନ ଭାବେ ଅରୁଚିକର ଅଟେ । ସେମାନେ ବାଇବଲକୁ ପରିତ୍ୟକ୍ତ ପିଲାଳିଆ କାହାଣୀମାତ୍ର ବୋଲି ବିବେଚନା କରନ୍ତି: ଏହା କିପରି ମହାନ ରାଷ୍ଟ୍ରଗୁଡ଼ିକୁ ସୃଷ୍ଟି ଓ ନିର୍ମାଣ କରି ସେଗୁଡ଼ିକୁ ବଜାୟ ରଖିପାରିବ?

AI Readiness

Good foundation, but some important product data is still missing.

72%