ASTAVAKRA SAMHITA ଅଷ୍ଟାବକ୍ର ସଂହିତା

ASTAVAKRA SAMHITA ଅଷ୍ଟାବକ୍ର ସଂହିତା

SKU: 978-9394-4666-16
249.00 INR In stock Buy at Merchant

‘‘ଆରେ ରାଜା, ତୁ ନିତ୍ୟ, ତୁ ଶୁଦ୍ଧ-ବୁଦ୍ଧ-ମୁକ୍ତ, ତୁ ଅଦ୍ୱିତୀୟ ଚିଦ୍‌ବ୍ରହ୍ମ । ତଥାପି ବି ଏହି ସାର ଦେହଟାକୁ ଆତ୍ମା ମନେକରି ଏହି ଭବାର୍ଣ୍ଣବରେ ଘୂରିବୁଲୁଛୁ । ଏହି ଅଜ୍ଞାନ ଜଙ୍ଗଲରେ ଏବେ ତୁ କ’ଣ ଅନ୍ୱେଷଣ କରୁଛୁ ? ଅଜ୍ଞାନ ଜଙ୍ଗଲରେ ଅଗ୍ନି ସଂଯୋଗ କରିପକା । ନାଁ ରାଗ, ନାଁ ଭାଗ୍, ନା ସଞ୍ଚୟ, ନା ତ୍ୟାଗ ସବୁଥିରୁ ଊର୍ଦ୍ଧ୍ୱକୁ ଉଠିଯାଆ । କାରଣ ତୁ ହିଁ ତ ତୁ ଅଟୁ ।’’ ଏହା ଶୁଣି ମହାରାଜ ଜନକ ସ୍ତବ୍ଧ ହୋଇଗଲେ । ଉଦ୍ୟତ ଅଶ୍ୱାରୋହଣରୁ ନିଜକୁ କ୍ଷାନ୍ତକରି କାହାର ଏହି ବାଣୀ ଜାଣିବାପାଇଁ ପଛକୁ ଅନ୍ୱେଷା କଲେ । ମନେମନେ ଭାବିଲେ, ଏହା କ’ଣ ? ମୁଁ କ’ଣ ଅଦ୍ୱିତୀୟ ବ୍ରହ୍ମ ? ଧନ୍ୟ ହୋଇଗଲି । ମୁଁ ଧନ୍ୟ ହୋଇଗଲି । ନିଜକୁ କୃତକୃତ୍ୟତା ପାଶରେ ଆବଦ୍ଧକରି ଶୁଣାଯାଉଥିବା ଶବ୍ଦ ଦିଗକୁ ଅନାଇ ରହିଲେ । ତାଙ୍କ ଭିତରୁ ଜଣେ କେହି କହିଉଠିଲା— କିଛି ଜାଣିବା, କିଛିକରିବା, ତ୍ୟାଗକରିବା ବା ଭୋଗକରିବା, ପାଇବାର ଆଶା କିଛି ବି ଅବଶୋଷ ନାହିଁ । କାରଣ ମୁଁ ତ ନିର୍ଦ୍ୱନ୍ଦ୍ୱ, ମୁଁ ନିର୍ଭୟ । କ୍ଷଣକ ଭିତରେ ନିଜକୁ କଳ୍ପିତ ଅନାଦିର ଆବରଣ ବାହାରେ ନିଜକୁ ପାଇ ସେ ବେଶ୍ ଆମୋଦିତ ହେଲେ । କାହିଁକି ନାଁ ତାଙ୍କ ନିକଟରେ ନିତ୍ୟ ସିଦ୍ଧ ଅସଙ୍ଗତା ପ୍ରକଟ ହୋଇଉଠିଲା । ଯେତେବେଳେ ଦ୍ୱିତୀୟ ବୋଲି କିଛି ନାହିଁ ସେତେବେଳେ ଆସକ୍ତି ଅବା ବିରକ୍ତି ଆସିବ ବା କେଉଁଠୁ ? ଇତି ମଧ୍ୟରେ ତାଙ୍କ ଆଡକୁ ଆଗେଇ ଆସୁଥିବା ଜନୈକ ବକ୍ର ଶରୀରଧାରୀ ଋଷିଙ୍କୁ ଦେଖି ସେ ସ୍ତବ୍ଧ ହୋଇଗଲେ । ବୁଝିଗଲେ ଏହି ଦୁର୍ଲ୍ଲଭ ଓ କାଳଜୟୀ ଶବ୍ଦଗୁଡିକ ଏହି ଋଷିଙ୍କର ନିଶ୍ଚିୟ । ତାପରେ ଉକ୍ତ ଋଷିଙ୍କ ସହିତ ଯେଉଁଭଳି ଭାବରେ ଆଳାପ ଆଲୋଚନା ହେଲା, ତାହା ହେଲା ଏହି ଅଷ୍ଟାବକ୍ର ଗୀତାର ସମ୍ପୂର୍ଣ୍ଣ ଉତ୍ପତ୍ତି । ଏହାକୁ କେହି କେହି ଅଷ୍ଟାବକ୍ର ସଂହିତା ମଧ୍ୟ କହନ୍ତି, କାରଣ ଅସ୍ପଷ୍ଟ । ସମ୍ପବତଃ ଋଷିପ୍ରୋକ୍ତ ବାକ୍ୟ ହୋଇଥବାରୁ ସଂହିତା ନାମ ଯଥାର୍ଥ ମନେହେଉଛି । Also Available At : —

Specifications
book-type
Paperback (pb)
format
Paperback
language
Odia

AI Readiness

Good foundation, but some important product data is still missing.

78%