SRI SRI SARADA DEVI
“ମୁଁ ସତ୍ର ମା’, ଅସତ୍ର ମା’’ — େସ ଆଉ କେହି ନୁହଁନ୍ତି, ଯୁଗାବତାର ଶ୍ରୀରାମକୃଷ୍ଣଙ୍କର ସହଧର୍ମିଣୀ କୋଟି କୋଟି ଭକ୍ତଙ୍କର ଭକ୍ତି ଅର୍ଘ୍ୟ ଅଙ୍ଗୀକାର କରିଥିବା ମା’ ସାରଦା । ତାଙ୍କରି ତ୍ୟାଗୀ ମନ୍ତ୍ରଶିଷ୍ୟ ପରମ ପୂଜ୍ୟପାଦ ବ୍ରହ୍ମଚାରୀ ଅକ୍ଷୟ ଚୈତନ୍ୟଙ୍କ ଦ୍ୱରା ଲିଖିତ ପ୍ରଥମ ପ୍ରାମାଣିକ ପୂର୍ଣ୍ଣାଙ୍ଗ ଜୀବନୀଗ୍ରନ୍ଥ ”ଶ୍ରୀଶ୍ରୀସାରଦାଦେବୀ” ୧୩୪୪ ସାଲ ଭାଦ୍ର ୧୮ ଦିନ ପ୍ରକାଶ ପାଏ । ମୂର୍ତ୍ତିମନ୍ତ ଏବଂ ସମ୍ପୂର୍ଣ୍ଣ ଜୀବନ୍ତ ମନେ ହେଉଥିବା ଏହି ଗ୍ରନ୍ଥର ଲିଖନଶୈଳୀ ଓ ପରିମାର୍ଜିତ ଧାରା ଏତେ ପ୍ରାମାଣିକ ମନେ ହେଉଥିଲା ଯେ, ପାଠକ ଏହାକୁ ଆରମ୍ଭକଲେ ଶେଷ ନ କରି ରହିପାରୁନଥିଲେ । ଖୁବ୍ ଅଳ୍ପ ସମୟ ମଧ୍ୟରେ ଏହାର ୧୧୦୦ ପ୍ରତି ନିଃଶେଷ ହୋଇଯିବା ନିଶ୍ଚିତ ଉତ୍ସାହଜନକ । ଏହା ସହିତ ତଦାନିନ୍ତନ କାଳର ସ୍ୱନାମ ଧନ୍ୟ ବ୍ୟକ୍ତି ବିଶେଷଙ୍କର ଅଭିମତ ଏହାର ଯଥାର୍ଥତାକୁ କେବଳ ଦୃଢୀଭୂତ କରିନାହିଁ ବରଂ ଆଗାମୀ ପାଠକ ତଥା ଭକ୍ତମାନଙ୍କ ପାଇଁ ପ୍ରାମାଣିକ ଗ୍ରନ୍ଥର ମର୍ଯାଦା ଦେଇ ପାଠକୀୟ ଅଭିରୁଚିକୁ ଶତ ଗୁଣିତ କରି ପକାଇଛି । ‘‘କଲିକତା ବୁକ୍ ହାଉସ୍ ପ୍ରାଇଭେଟ୍ ଲିମିଟେଡ୍’’ ଏହି ପୁସ୍ତକଟିକୁ ୧୮ରୁ ଅଧିକଥର ମୁଦ୍ରଣକରି ସହସ୍ରାଧିକ ପ୍ରତି ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିସାରିଛନ୍ତି । ଇଂରାଜୀ ତଥା ଅନ୍ୟଭାଷାରେ ମଧ୍ୟ ଏହାର ଅନେକ ସଂସ୍କରଣ ପ୍ରକାଶ ପାଇସାରିଛି । ତେଣୁ ମାଆ ସାରଦାଙ୍କୁ ଉତ୍କଳଭାଷୀ ତଦନୁରୂପ ଅବଗତ ହୁଅନ୍ତୁ ଏବଂ ତାଙ୍କରି ଆଦର୍ଶରେ ନିଜକୁ ଗଢିତୋଳନ୍ତୁ, ସେଇ ଆଶାରେ ଏହାକୁ ପ୍ରକାଶ କରାଯାଉଛି । ସ୍ୱାମୀ ପ୍ରଣବାନନ୍ଦଙ୍କ ମାର୍ଗଦର୍ଶନରେ ଅଧ୍ୟାପିକା ସୁଶ୍ରୀ ସ୍ନେହ ନନ୍ଦଙ୍କ ଦ୍ୱାରା ଅନୁଦିତ ଏହି ପୁସ୍ତକ ନିମନ୍ତେ ବିଶେଷ କିଛି ଅଳଙ୍କାର ଓ ଚାଟୁକ୍ତିର ଆବଶ୍ୟକତା ନାହିଁ । କେବଳ ପାଠକ ଥରେ ମାତ୍ର ଅବଗାହନ କରି ମତାମତଟିଏ ଦେଲେ ଏଇ ପରିଣତ ବୟସରେ ମୋ ଦ୍ୱାରା କରାଯାଇଥିବା ପ୍ରୟାସ ସାର୍ଥକ ହେବ । ମା’ ସାରଦାଙ୍କୁ ଅନୁସରଣ କରି ଯଦି ଉତ୍କଳୀୟ ମାତୃମଣ୍ଡଳୀ ନିଜକୁ ମାର୍ଜିତ କରିପାରିବେ ଆଉ ଭକ୍ତ ସମାଜ ଯଦି ତାଙ୍କର ଯଥାର୍ଥ ସ୍ୱରୂପ ଅବଗାହନ କରିପାରିବେ, ତେବେ ମୋ ଉପରେ ମା’ ସାରଦାଙ୍କର ଅଶେଷ କୃପାବୃଷ୍ଟି ହୋଇଥିବାର ଅନୁଭବ କରିବି । ସ୍ୱାମୀ ପ୍ରାଣରୂପାନନ୍ଦ ସାରଦା ନିକେତନ, ଭୁବନେଶ୍ୱର
Specifications
- book-type
- Paperback (pb)
- format
- Paperback
- language
- Odia
AI Readiness
Good foundation, but some important product data is still missing.