ଦାର୍ଢ୍ୟତାଭକ୍ତି କଥାମୃତ Dardhyata Bhakti Kathamruta

ଦାର୍ଢ୍ୟତାଭକ୍ତି କଥାମୃତ Dardhyata Bhakti Kathamruta

SKU: 978-93-94466-70-8
300.00 INR In stock Buy at Merchant

ମହୁରା ରାଜ୍ୟର ଗୋଟିଏ ଅଖ୍ୟାତ ପଲ୍ଲୀଗ୍ରାମରେ ସନ୍ଥ ରାମଦାସଙ୍କର ଆଶ୍ରମ । ତାଙ୍କ ପୂଜ୍ୟପିତାଙ୍କ ନାମ ଲଛମନ ଦାସ । ଶ୍ରୀଗୁରୁ ଗଦାଧର ଦାସଙ୍କ ଆଶୀର୍ବାଦ ଓ ପ୍ରଭୁ ଜଗନ୍ନାଥଙ୍କର କରୁଣାକୁ ପାଥେୟ କରି ସନ୍ଥ ରାମଦାସ ଭକ୍ତଚରିତ ମାଧୁରୀକୁ ଉତ୍କଳର ଜନମାନସରେ ସମର୍ପଣ କରିବାପାଇଁ ଦାର୍ଢ୍ୟତାଭକ୍ତି ଭଳି ଗୋଟିଏ ଅମୂଲ୍ୟ ସଦ୍ ଗ୍ରନ୍ଥ ରଚନା କରିଛନ୍ତି । ପୁରାକାଳର ଗାଁ ଗହଳିର ସାଧାରଣ ଶିକ୍ଷା ଲାଭ କରିଥିବା ସରଳ ପାଠକ ପାଠିକାଙ୍କ ମନରେ ଭଗବତ୍ ଚେତନା ଜାଗରଣ ପାଇଁ ସନ୍ଥ ମହାଶୟଙ୍କର ପ୍ରଚେଷ୍ଟା ନିଶ୍ଚୟ ପ୍ରଶଂସନୀୟ । ଅଧୁନା ସମୟର ଅନେକ ପାଠକ ପାଠିକା ପଦ୍ୟ ପରିବର୍ତ୍ତେ ଗଦ୍ୟ ଆକାର ବିଷୟବସ୍ତୁକୁ ପାଠ କରିବାକୁ ପସନ୍ଦ କରୁଛନ୍ତି । ଏହି କଥାକୁ ଦୃଷ୍ଟିରେ ରଖି ଏ ଅକିଞ୍ଚନ ଦାର୍ଢ୍ୟତାଭକ୍ତି ରସାମୃତକୁ କଥାମୃତରେ ରୂପାୟୀତ କରିବାପାଇଁ ଚେଷ୍ଟା କରିଛି । ଭାଷାଗତ କାରଣରୁ ଏହା ଏତେ ଉନ୍ନତ ନୁହେଁ । କେବଳ ସରଳ ଅଧ୍ୟାତ୍ମିକବାଦୀ ପାଠକପାଠିକାଙ୍କ ମନରେ ଭଗବତ୍ ଭାବନା ସୃଷ୍ଟି କରିବା ମୋର ଉଦ୍ଦେଶ୍ୟ । ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପୁରାତନ ଭକ୍ତମାନଙ୍କ ନିଚ୍ଛକ ଜୀବନଚରିତରେ ଏ ଗ୍ରନ୍ଥ ରସାଣିତ । ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣା ଓ ମୋର ପରମାରାଧ୍ୟ ଗୁରୁଦେବ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ଆଶୀର୍ବାଦକୁ ପାଥେୟ କରି ଏହା ଲେଖିବାକୁ ଉଦ୍ୟମ କରିଛି । ହୃଦୟ ନାଥ ହୃଦୟରେ ରହି ଯାହା ସ୍ମରଣ କରାଇଛନ୍ତି, ତାକୁ ସମ୍ବଳ କରି ଓ ପବିତ୍ର ଦାର୍ଢ୍ୟତାଭକ୍ତି ଗ୍ରନ୍ଥକୁ ଅନୁସରଣ କରି ଭକ୍ତ ଚରିତର ଅବତାରଣା ।

AI Readiness

Good foundation, but some important product data is still missing.

84%